Author: NAZMEEN PARWEEN

ପୁରୀର ପବିତ୍ର ଧାମ, ଶ୍ରୀ ଜଗନ୍ନାଥ ମନ୍ଦିର… ଯେଉଁଠାରେ ଲକ୍ଷେ ଲକ୍ଷେ ଭକ୍ତ ଆସନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। କିନ୍ତୁ ପ୍ରଶ୍ନ ଉଠୁଛି—ମହାପ୍ରଭୁଙ୍କ ନାଁରେ ହେଉଥିବା ପରିକ୍ରମା ପ୍ରକଳ୍ପ ଭକ୍ତଙ୍କୁ କେତେ ଶାନ୍ତି ଦେଇପାରିଲା? ଗତ ସରକାରଙ୍କ ବଡ଼ ସ୍ୱପ୍ନ—ପରିକ୍ରମା ପ୍ରକଳ୍ପ। ଉଦ୍ଦେଶ୍ୟ ଥିଲା ମନ୍ଦିର ଚାରିପାଖରେ ସୁବିଧା ବୃଦ୍ଧି, ଭକ୍ତଙ୍କ ପାଇଁ ସୁବ୍ୟବସ୍ଥିତ ରାସ୍ତା, ସୁରକ୍ଷା, ପରିଚ୍ଛନ୍ନତା, ଏବଂ ଧାର୍ମିକ ପରିବେଶକୁ ଅଧିକ ଉନ୍ନତ କରିବା। କିନ୍ତୁ ଏହି ସ୍ୱପ୍ନ ପୂରଣରେ ଖର୍ଚ୍ଚ ହେଉଛି ପାଣି ଭଳି ଟଙ୍କା। ବିଧାନସଭାର ଅଣତାରକା ପ୍ରଶ୍ନ ସଂଖ୍ୟା ୧୧୦୩ ଅନୁଯାୟୀ ସରକାର ନିଜେ ଯେଉଁ ସଂଖ୍ୟା ଦେଇଛନ୍ତି, ସେଥିରେ ଲେଖାଯାଇଛି—ଏପର୍ଯ୍ୟନ୍ତ ୩୫୫ କୋଟି ୫ ଲକ୍ଷ ୧୯ ହଜାର ୨୮୧ ଟଙ୍କା ଖର୍ଚ୍ଚ ହୋଇସାରିଛି। ଭାବନ୍ତୁ, ୩୫୫ କୋଟିରୁ ଅଧିକ ଟଙ୍କା! ଏହା କୌଣସି ଛୋଟ ରାଶି ନୁହେଁ। ଏହା ହେଉଛି ଜନତାଙ୍କ ଟଙ୍କା। ରାଜ୍ୟର ରାଜସ୍ୱରୁ ଆସୁଥିବା ଅର୍ଥ। ଅର୍ଥାତ୍ ପ୍ରତ୍ୟେକ…

Read More