Author: NAZMEEN PARWEEN

ଓଡ଼ିଶାର ପ୍ରଶାସନିକ ଇତିହାସରେ କେତେକ ଘଟଣା ଆସେ, ଯାହା କେବଳ ଗୋଟିଏ ଜିଲ୍ଲା କିମ୍ବା ଗୋଟିଏ କାର୍ଯ୍ୟକ୍ରମରେ ସୀମିତ ରହେନାହିଁ; ସେଗୁଡ଼ିକ ସମଗ୍ର ବ୍ୟବସ୍ଥାର ଚରିତ୍ରକୁ ଆଇନା ଦେଖାଇଦିଏ। କଟକରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମକୁ ନେଇ ଯେଉଁ ବିବାଦ ଏବେ ରାଜ୍ୟସଭା ପର୍ଯ୍ୟନ୍ତ ପହଞ୍ଚିଛି, ତାହା ଏପରି ଗୋଟିଏ ଘଟଣା। ଏଠାରେ ପ୍ରଶ୍ନ କେବଳ ଗୋଟିଏ ନିମନ୍ତ୍ରଣ ନ ମିଳିବା ନୁହେଁ; ପ୍ରଶ୍ନ ହେଉଛି—ପ୍ରଶାସନ କେତେଦୂର ଲୋକତାନ୍ତ୍ରିକ ମର୍ଯ୍ୟାଦାକୁ ସମ୍ମାନ କରୁଛି? ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଏହି ପ୍ରସଙ୍ଗକୁ ଉଚ୍ଚ ସଦନରେ ଉଠାଇ କଟକ ଜିଲ୍ଲାପାଳଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍ ଜାରି କରିବାକୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନେଇ ରାଜ୍ୟର ପ୍ରଶାସନିକ କଳ ଏବେ ଗଭୀର ଅଡ଼ୁଆରେ ପଡ଼ିବାକୁ ଯାଉଛି। ବିଜେଡି…

Read More