Author: NAZMEEN PARWEEN

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀଙ୍କୁ ଚିହ୍ନଟ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ଗଣମାଧ୍ୟମପ୍ରତିନିଧିଙ୍କୁ ସୂଚନା ଦେଇ ଶ୍ରୀ ପାତ୍ର କହିଛନ୍ତି, ନକଲି ପିଡିଏସ୍ କାର୍ଡଧାରୀଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ଇ-କେୱାଇସି ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟାରେ ୧ ଲକ୍ଷରୁ ଦେଢ଼ ଲକ୍ଷ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏଭଳି ଭୂତ କାର୍ଡଧାରୀଙ୍କ ସଂଖ୍ୟା ୪୦ ଲକ୍ଷ ଅତିକ୍ରମ କରିସାରିଛି। ଏହି ନକଲି କାର୍ଡଧାରୀମାନେ ଦୀର୍ଘ ଦିନ ଧରି ସରକାରୀ ଯୋଜନାର ଲାଭ ଉଠାଇ ଆସୁଛନ୍ତି। ଯେଉଁଥିରେ ମୃତ ବ୍ୟକ୍ତିଙ୍କ କାର୍ଡ ରହିଛି। କ୍ଷମତାକୁ ଆସିବା ପରେ ଆମ ସରକାର ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ନକଲି ରାସନ କାର୍ଡଧାରୀଙ୍କ ଭଳି ଭୂତ ଚାଷୀ ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି। ସେମାନେ ଅଣଚାଷୀ ହୋଇଥିଲେ…

Read More