What's Hot
Author: NAZMEEN PARWEEN
ଓଡ଼ିଶା ସରକାର ନବ ପ୍ରତିଷ୍ଠା ହୋଇଥିବା ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲର ଡିନ୍ ଓ ଅଧୀକ୍ଷକ ନିଯୁକ୍ତ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ, କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ (ଏସସିବିଏମସିଏଚ)ର ଓଆଣ୍ଡଜି ବିଭାଗର ପ୍ରଫେସର କୀର୍ତ୍ତିରେଖା ମହାପାତ୍ରଙ୍କୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦିଆଯାଇଛି। ଏସସିବିଏମସିଏଚର ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ତରଙ୍ଗିନୀ ଦାସଙ୍କୁ ସେହି ମେଡିକାଲ କଲେଜର ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏସ୍ ସିବିଏମସିଏଚର ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ଦେବ ପ୍ରସାଦ ମହାନ୍ତିଙ୍କୁ ଫୁଲବାଣୀ ସ୍ଥିତ ସରକାରୀ ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦିଆଯାଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ରୋଗ ବିଭାଗର ପ୍ରଫେସର ନରେନ୍ଦ୍ର ବେହେରାଙ୍କୁ ଫୁଲବାଣୀସ୍ଥିତ ମେଡିକାଲ କଲେଜର ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। Also read https://odishabytes.com/odisha-govt-appoints-deans-superintendents-of-two-new-medical-colleges/
