Author: NAZMEEN PARWEEN

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନ୍ଆଇଟି-ଆର୍) ରାଉରକେଲାର ଅଧ୍ୟାପକ ଓ ଗବେଷକ ଦଳ ଦ୍ୱାରା  ବିକଶିତ ଶସ୍ତା ଜିରୋ ଏନର୍ଜି କୁଲିଂ ଚେମ୍ବର ୨୦୨୪ରେ ବିଜୟୀ ହୋଇଛି। ଜାତୀୟ ଖାଉଟି ଦିବସ ଅବସରରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା ଡିସେମ୍ବର ରେ ଦିଲ୍ଲୀର ବିଜ୍ଞାନ ଭବନରେ ବିଜେତା ଏନଆଇଟି-ଆର ଦଳକୁ ନଗଦ ପୁରସ୍କାର ଏବଂ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। ଏନଆଇଟି-ଆରର ଖାଦ୍ୟ ପ୍ରକ୍ରିୟାକରଣ ଇଞ୍ଜିନିୟରିଂ ବିଭାଗମୁଖ୍ୟ ପ୍ରଫେସର ସବ୍ୟସାଚୀ ମିଶ୍ର କହିଛନ୍ତି ଯେ ଜିରୋ ଏନର୍ଜି କୁଲିଂ ସିଷ୍ଟମ ଏକ ଅଭିନବ ଉପାୟରେ ବାଷ୍ପୀୟ କୁଲିଂ କୌଶଳ ବ୍ୟବହାର କରେ ଯାହା ପରିବହନରେ ଗତିଶୀଳତା ଏବଂ ନମନୀୟତା ପ୍ରଦାନ କରିଥାଏ । ଟମାଟୋର ଦକ୍ଷ ସଂରକ୍ଷଣ ଏବଂ ପରିବହନ ପାଇଁ ଡିଜାଇନ୍ କରାଯାଇଥିବା ଏହି ୟୁନିଟ୍…

Read More