Author: NAZMEEN PARWEEN

ଆଉ ଦିନକ ପରେ ନୂଆବର୍ଷ ହୋଇଯିବ । ୨୦୨୪ ସରିବ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଛୁଟି ତାଲିକା ବିଷୟରେ ଜାଣିନେବା ଜରୁରୀ । ଜାନୁଆରୀରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛଡା ରବିବାର ଏବଂ ଅନେକ ପର୍ବପର୍ବାଣି ରହିଛି । ଅନେକ ରାଜ୍ୟରେ ଅଲଗା ଅଲଗା ପର୍ବପର୍ବାଣୀ ଯୋଗୁଁ ଛୁଟି ମଧ୍ୟ ଅଲଗା ରହିଛି । ବ୍ୟାଙ୍କ ଛୁଟି ଥିବା ସତ୍ୱେ ଅନଲାଇନ ବ୍ୟାଙ୍କି, ୟୁପିଆଇ, ଏଟିଏମ୍ ଇତ୍ୟାଦି କାମ କରିବ । ତେବେ ଆଇବିଆଇ ଜାରି କରିଥିବା ଛୁଟି ତାଲିକା ବିଷୟରେ ଜାଣି ରଖିବା ଉଚିତ । ଛୁଟି ତାଲିକା  ୧ ଜାନୁଆରୀ : ନୂଆବର୍ଷ ୨ ଜାନୁଆରୀ : ମନ୍ନମ ଜୟନ୍ତୀ…

Read More