Author: NAZMEEN PARWEEN

୨୦୨୫ ଜାନୁଆରି ପ୍ରଥମ ସପ୍ତାହରେ ଓଡ଼ିଶାର ଦୁଇଟି ବିମାନବନ୍ଦରରୁ ଅଧିକ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଜାନୁଆରି ପହିଲାରୁ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେହିପରି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ, କୋଚି, ଜୟପୁର ଓ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଜାନୁଆରି ୩ରୁ ଆରମ୍ଭ ହେବ। ଦୀର୍ଘ ଦିନ ଧରି ଏହି ସବୁ ସ୍ଥାନକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରାଯାଉଥିବାରୁ ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ପୋଷ୍ଟରେ କହିଛନ୍ତି। Also read https://purvapaksa.com/2024-is-the-year-of-harassment-for-odisha-women/ https://purvapaksa.com/2024-is-the-year-of-harassment-for-odisha-women/

Read More