Author: NAZMEEN PARWEEN

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଜାନୁଆରୀ ୫ ତାରିଖରେ ଓଡ଼ିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।ଏହି ଯୋଜନାରେ ସାରା ରାଜ୍ୟରେ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଆର୍ଥିକ ସହାୟତା ମିଳିବ । ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଉଛି। ଏହି ଯୋଜନାରେ ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟ କୌଣସି ସ୍କଲାରସିପ୍ ସ୍କିମ୍ ଅଧୀନରେ ଲାଭ ଉଠାଉଥିବା ଏସଟି ଛାତ୍ରଛାତ୍ରୀ ମାନେ ମଧ୍ୟ ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ। ଗାଇଡ୍ଲାଇନ୍ ଅନୁଯାୟୀ ଯୋଗ୍ୟ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଅଷ୍ଟମ ଓ ଦଶମ ଶ୍ରେଣୀ ଶେଷ କରିବା ପରେ ଏବଂ ନବମ…

Read More