Author: NAZMEEN PARWEEN

ରାତି ପାହିଲେ ନୂଆବର୍ଷ । ୨୦୨୫କୁ ସ୍ୱାଗତ କରିବା ପାଇଁ ସବୁଆଡେ ଉତ୍ସାହ । ଆଉ ମାତ୍ର କେଇଘଣ୍ଟା ପରେ ବିଦାୟ ନେବ ୨୦୨୪, ପାଦ ଥାପିବ ୨୦୨୫ । ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏଥିପାଇଁ ବିଭିନ୍ନ ହୋଟେଲରୁ ଆରମ୍ଭ କରି କ୍ଲବ ଓ ପବ୍ ମାନଙ୍କରେ ଚାଲିଛି ଜୋରଦାର ପ୍ରସ୍ତୁତି । ହୋଟେଲ ଗୁଡିକୁ ସୁନ୍ଦର ଭାବେ ସଜାଯିବା ସହ ଡିଜେ ନାଇଟ୍ ଓ ଡିନରର ବ୍ୟବସ୍ଥା କରାଯାଇଛି । ଟୁଇନ୍ ସିଟିରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି । ନୂଆବର୍ଷ ପାଳନ ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଥିବା ବେଳେ ବିଶେଷ କରି ଭୁବନେଶ୍ୱର ଓ କଟକରେ ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ଓ ପରିବହନ କର୍ତ୍ତୃପକ୍ଷ କଡ଼ା ପଦକ୍ଷେପ ନେଉଛନ୍ତି।ଯେଉଁମାନେ ଶୂନ୍ୟକାଳ କଟକଣା ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି…

Read More