Author: NAZMEEN PARWEEN

ଉଚ୍ଚଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ସାମାଜିକ ଓ ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ୧୧ ବର୍ଷ ପରେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହେବାର ଶତବାର୍ଷିକୀ ପାଳନ କରିବ। ସେହିପରି ୨୦୪୭ରେ ୨୨ ବର୍ଷ ପରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ। ଏହି ଦୁଇ ଦଶନ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାନୀୟ ଜଳ, ସ୍ୱାସ୍ଥ୍ୟ, କୃଷକସମସ୍ୟା ଓ ପରିବେଶ ସୁରକ୍ଷା ଭଳି ମୌଳିକ ଓ ସାମାଜିକ ସମସ୍ୟାର ସମାଧାନ ଦାୟିତ୍ୱ ନେବା ଉଚିତ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାବମୂର୍ତ୍ତିକୁ ନୂଆ ରୂପ ଦେବାର ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆମେ କେବଳ ଏହି ଅଞ୍ଚଳରେ ଶିକ୍ଷା…

Read More