Author: NAZMEEN PARWEEN
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ କର୍ଣ୍ଣାଟକରେ ହ୍ୟୁମାନ ମେଟାପ୍ୟୁମୋଭାଇରସ୍ (ଏଚ୍ଏମ୍ପିଭି)ର ଦୁଇଟି ମାମଲାକୁ ଏକାଧିକ ଶ୍ୱାସକ୍ରିୟା ଭୂତାଣୁ ଜନିତ ଜୀବାଣୁ ପାଇଁ ନିୟମିତ ନିରୀକ୍ଷଣ ମାଧ୍ୟମରେ ନିଶ୍ଚିତ କରିଛି। ବେଙ୍ଗାଲୁରୁରେ ଜଣେ ୩ ମାସର ଶିଶୁକନ୍ୟା ବ୍ରୋଙ୍କୋପ୍ୟୁମୋନିଆ ଇତିହାସ ନେଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏଚ୍ଏମ୍ପିଭିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ମାମଲା ହେଉଛି ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୮ ମାସର ପୁରୁଷ ଶିଶୁ।ଆଇସିଏମଆର ନିଶ୍ଚିତ କରିଛି ଯେ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ କାହାର ଅନ୍ତର୍ଜାତୀୟ ଯାତ୍ରାର କୌଣସି ଇତିହାସ ନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ସୋମବାର ମଧ୍ୟାହ୍ନ ସାଢ଼େ ୧୨ଟାରେ ସ୍ୱାସ୍ଥ୍ୟ କମିଶନର ଶିବକୁମାର କେବି ଏବଂ ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ହର୍ଷ ଗୁପ୍ତାଙ୍କ ସମେତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ବୈଠକ କରିବାକୁ ନିଶ୍ଚିତ କରିଛନ୍ତି। ଭାରତ…
