Author: NAZMEEN PARWEEN

ଭୟଙ୍କର ନିଯୁକ୍ତି ସଂକଟ ଦେଇ ଗତି କରୁଛି ଚୀନ୍‌ । ଏଠାରେ ଉଚ୍ଚଶିକ୍ଷିତଙ୍କୁ ମିଳୁନି ଯୋଗ୍ୟ ଚାକିରି । ଶ୍ରମିକ, ଡ୍ରାଇଭର ଚାକିରି କରିବାକୁ ବାଧ୍ୟ ହେଉଛନ୍ତି ବଡ଼ ବଡ଼ ଡିଗ୍ରୀଧାରୀ । ଚୀନ୍‌ରେ ହାଇସ୍କୁଲରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଖରେ ରହିଛି ଫିଜିକ୍ସରେ ମାଷ୍ଟର ଡିଗ୍ରୀ। ଜଣେ କ୍ଲିନର ଉଚ୍ଚଶିକ୍ଷିତ।  ଡେଲିଭରି ଡ୍ରାଇଭରଙ୍କ ପାଖରେ ଫିଲୋସଫି ଡିଗ୍ରୀ । ନାମୀଦାମୀ ସିଂଘୁଆ ବିଶ୍ୱବିଦ୍ୟାଳୟର ପିଏଚ୍‌ଡି ଗ୍ରାଜୁଏଟ୍‌ ସହାୟକ ପୁଲିସ ଅଧିକାରୀ ପଦରେ ଆବେଦନ କରିବାକୁ ବାଧ୍ୟ ହେଉଛନ୍ତି । ସଂଘର୍ଷ କରୁଥିବା ଚୀନ୍‌ ଅର୍ଥନୀତିର ଏହା ବାସ୍ତବ କାହାଣୀ । ସନ୍‌ ଝାନ୍‌ ନାମକ ଜଣେ ଚୀନ୍‌ ନାଗରିକ କୁହନ୍ତି, ନିବେଶ ବ୍ୟାଙ୍କିଙ୍ଗ୍‌ରେ କାର୍ଯ୍ୟ କରିବା ତାଙ୍କ ସ୍ୱପ୍ନ ଥିଲା । କିନ୍ତୁ ଏବେ ସେ ସଦର୍ଣ୍ଣ ସିଟି ନାଞ୍ଜିଙ୍ଗ୍‌ରେ ଏକ ହଟ୍‌ ପଟ୍‌ ରେଷ୍ଟୁରାଣ୍ଟରେ ୱେଟର ଭାବେ କାର୍ଯ୍ୟ କରୁଛନ୍ତି ।  ୨୫ ବର୍ଷୀୟ ଏହି…

Read More