Author: NAZMEEN PARWEEN

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶାନମୁଗାରତ୍ନମ୍ ଆସନ୍ତା ଜାନୁଆରି ୧୮ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସିଙ୍ଗାପୁର ଓ ଭାରତ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ହୋଇଛି। ଜାନୁଆରି ୨୮ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟର ପ୍ରମୁଖ ଦ୍ୱିବାର୍ଷିକ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା (ଏମଆଇଓ) କନ୍ କ୍ଲେଭ୍-୨୦୨୫ରେ ସିଙ୍ଗାପୁର ପ୍ରଥମ ଦେଶର ଅଂଶୀଦାର ହେବାକୁ ରାଜି ହୋଇଛି। ଗତ ବର୍ଷ ଡିସେମ୍ବର ମାସରେ ସିଙ୍ଗାପୁରର ଭାରତରେ ଅବସ୍ଥାପିତ ହାଇକମିଶନର ସାଇମନ ୱାଙ୍ଗ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଏକ ବୈଠକରେ ଏହି ଘୋଷଣା କରିଥିଲେ। ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟର ସମ୍ଭାବନା ଉପରେ ଆଲୋକପାତ କରି ୱାଙ୍ଗ ଆହୁରି କହିଥିଲେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହାକୁ ରାଷ୍ଟ୍ରପତି ତାଙ୍କ ଭାରତ ଗସ୍ତ ସମୟରେ ଗସ୍ତ କରିବାକୁ ବାଛିଥିଲେ।…

Read More