Author: NAZMEEN PARWEEN

ଆହୁରି ୨ ଦିନ ପର୍ଯ୍ୟନ୍ତ ଥଣ୍ଡା ଲାଗି ରହିବ ଏବଂ ଏହା ପରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୧ ତାରିଖ ସକାଳ ପର୍ଯ୍ୟନ୍ତ ସୁନ୍ଦରଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ଏହି ସମୟରେ କେନ୍ଦୁଝର, ଝାରସୁଗୁଡ଼ା, କଳାହାଣ୍ଡି, ଅନୁଗୁଳ ଓ ଢେଙ୍କାନାଳର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ୫୦ ମିଟର ତଳକୁ ଖସିଆସିଛି। ଫୁଲବାଣୀରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ହୋଇଛି।ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୫.୧ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କଟକର ତାପମାତ୍ରା ୧୩.୫ ଡିଗ୍ରିକୁ ଖସି ଆସିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କନ୍ଧମାଳର ହିଲ୍ ଷ୍ଟେସନ ଜି…

Read More