Author: NAZMEEN PARWEEN

ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ କୃଷକମାନଙ୍କ ପାଇଁ ବଜାର ଉପଲବ୍ଧତା ବୃଦ୍ଧି ପାଇଁ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମ୍ଫେଡ୍) ପାଇଁ ତିନୋଟି ନୂତନ ପଦକ୍ଷେପ ଗାଈ ଇଣ୍ଡକ୍ସନ, ଗିଫ୍ଟ କ୍ଷୀର ଏବଂ ବଜାର ସହାୟତାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ଭର୍ଚୁଆଲ ଭାବେ ଉଦଘାଟନ କରିଛନ୍ତି। ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (ଏନଡିଡିବି)ର ତତ୍ତ୍ୱାବଧାନରେ ଏହା କାର୍ଯ୍ୟକାରୀ ହେବ। ଏହି ଅବସରରେ ମୁର୍ମୁ କହିଥିଲେ ଯେ ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ପରିବାରର ଆୟରେ ପଶୁସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ପଦକ୍ଷେପ ଗ୍ରାମୀଣ ଗୋପାଳକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ। ଭାରତର ବିବିଧ ପଶୁପକ୍ଷୀ ପ୍ରଜାତି ଆମ ର କୃଷି ଐତିହ୍ୟକୁ ସମୃଦ୍ଧ କରିଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆମର ଅଗ୍ରଗତି ପଶୁପାଳନକ୍ଷେତ୍ରରେ ଉତ୍କର୍ଷତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, କିନ୍ତୁ ପଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଆହୁରି ଅନେକ…

Read More