Author: NAZMEEN PARWEEN

ଚୀନ ନିର୍ମିତ ପ୍ଲାଷ୍ଟିକ୍ ପତଙ୍ଗ ଧକ୍କାରେ କଟକ ସହରରେ ଆଉ ୨ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସହରର ନୂଆ ବଜାରସ୍ଥିତ ଓଭରବ୍ରିଜ୍ ଉପରେ ଦୁଇ ଜଣ ବାଇକରେ ଯାଉଥିବା ବେଳେ ମୁହଁ ଓ ବେକରେ ପତଙ୍ଗ ତାରରେ ଫସି ଯାଇଥିଲେ। ଏଥିରେ ଜଣଙ୍କର ନାକ ତାରରେ କଟିଯାଇଥିବା ବେଳେ ଅନ୍ୟ ଜଣଙ୍କ ଆଙ୍ଗୁଠି ଓ ବେକରେ ଆଘାତ ଲାଗିଛି। ସେମାନେ ତଳେ ପଡ଼ି ରକ୍ତସ୍ରାବ ଆରମ୍ଭ କରିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ବୟାଲିସ ମୌଜାର ବାସିନ୍ଦା ଓ ଅନ୍ୟ ଜଣେ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋମବାର କଟକ ତ୍ରିଶୁଳିଆ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ବେକରେ ପତଙ୍ଗର ତାର ଲାଗିଯିବାରୁ ସେ ଆହତ ହୋଇଛନ୍ତି। Also read https://purvapaksa.com/over-3-5-crore-devotees-take-amrit-snan-in-prayagraj/ https://purvapaksa.com/over-3-5-crore-devotees-take-amrit-snan-in-prayagraj/

Read More