Author: NAZMEEN PARWEEN

ରାଜ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ବୃଦ୍ଧି ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଇଛନ୍ତି।ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ସେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନିକଟରେ ଏ ସଂକ୍ରାନ୍ତରେ ଦାବି ଉପସ୍ଥାପନ କରିଛନ୍ତି। ନିକଟରେ ରାଜସ୍ଥାନର ଉଦୟପୁରଠାରେ ଆୟୋଜିତ ଏକ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ପରିଡ଼ା ରାଜ୍ୟ ସରକାରଙ୍କ ତରଫରୁ ଏହି ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାବ୍ୟତୀତ ରାଜ୍ୟରେ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଉପସ୍ଥାପିତ କରିଥିବା ପ୍ରସ୍ତାବଗୁଡ଼ିକ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ବିଚାରାଧୀନ ରହିଛି। ସୂଚନାଯୋଗ୍ୟ, ଗତ ବର୍ଷ ଫେବ୍ରୁଆରି ମାସରେ ରାଜ୍ୟରେ ଲୋକସଭା ଓ…

Read More