Author: NAZMEEN PARWEEN

ଉଦୀୟମାନ ଗବେଷକମାନଙ୍କୁ ଗବେଷଣା ପଦ୍ଧତି କ୍ଷେତ୍ରରେ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ୧୦ ଦିନ ଧରି ଚାଲିଥିବା କର୍ମଶାଳା ବୁଧବାର ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ ୟୁନିଭର୍ସିଟିରେ ଶେଷ ହୋଇଛି। ଏସଓଏର ଭାରତୀୟ ପ୍ରାଚୀନ ସଂସ୍କୃତି ଓ ଐତିହ୍ୟ ସଂରକ୍ଷଣ କେନ୍ଦ୍ର (ପିପିଆରଏସିଆଇଏନ) ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ଦେଶର ମୋଟ ୪୨ ଜଣ ଗବେଷକ ଯୋଗ ଦେଇଥିଲେ। ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ସମ୍ପନ୍ନ କରି ଗବେଷକ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି ଗୁରୁବାର ଏସ୍ ଆଇଏ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ଉଦ୍ ଯାପନୀ ଉତ୍ସବରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୋଲକାତାର ମାନବବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ନିର୍ଦେଶକ ପ୍ରଫେସର କମଲ କେ ମିଶ୍ର…

Read More