Author: NAZMEEN PARWEEN

ଶୁକ୍ରବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍‌‌ ଶନମୁଗରତ୍ନ। ତାଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ୍‌‌ ପୁଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ମୁତୟନ ରହିବେ। ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌‌ କଟକଣା ଲାଗୁ କରାଯାଇଛି। ସେଥିପାଇଁ ଟ୍ରାଫିକ୍‌‌ ଗାଇଡ୍‌‌ଲାଇନ୍‌‌ ଜାରି କରିଛି କମିସନରେଟ୍‌‌ ପୁଲିସ। ୨ ଦିନ ଟ୍ରାଫିକ୍‌‌ କଟକଣା ରହିବ। ଦିନ ୧୧.୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅପରାହ୍ଣ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ତାହା ସହିତ ୱାର୍ଲ୍ଡ ସ୍କିଲ୍‌‌ ସେଣ୍ଟର ମଧ୍ୟ ବୁଲି ଦେଖିବେ। ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ୍‌‌ ଭିଲେଜ୍‌‌ ବୁଲି ଦେଖିବେ, ତାହା ପରେ ଆଇଓସିଏଲ୍ ଇଣ୍ଟରପେସନ ବୁଲି ଦେଖିବେ। ପରେ କୋଣାର୍କ…

Read More