Author: NAZMEEN PARWEEN

ସରିଗଲା ଶୀତ। ଫେବୃଆରୀ ପହିଲାରୁ ତାଉ ଦେଖାଇଲାଣି। ମାଘମାସରେ ଶୀତ କି ଜାଡ଼ ନାହିଁ। ବଢିଲା ଦିନ ସହ ରାତିର ତାପମାତ୍ରା। ରାଜ୍ୟରେ ସ୍ଵାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି ତାପମାତ୍ରା। ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତି ତାପମାତ୍ରା ଅଧିକା ରହିବ। ଜାନୁଆରୀ ଶେଷରୁ ରାଜ୍ୟରେ ଅସ୍ୱାଭାବିକ ଗରମ ଅନୁଭୁତ ହେଉଛି। ପାରଦ ୩୪ ଡିଗ୍ରୀ ସେଲସିୟସ୍ ପାର। ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ। ଜାଳିବ, କଲବଲ କରିବ। ଛଟପଟ କରିଦେବ ଜନଜୀବନକୁ। ଗରମ ବାମ୍ଫରେ ଭାଜି ହେବ ଉପକୂଳ ଓଡ଼ିଶା। ଏଭଳି ପୂର୍ବାନୁମାନ ଦେଖାଇଲେଣି ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନ ସଂସ୍ଥା। ଜାନୁଆରୀ ଦେଲାଣି ତାଉ ସଙ୍କେତ, ଆଗକୁ ଆସୁଛି ଭୟାନକ ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ନିର୍ଘାତ ଖରାରେ ଜଳିବ ଓଡିଶା। କଲମ୍ବିଆ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କ୍ଲାଇମେଟ ସ୍କୁଲ୍‌ର ଆକଳନ ଅନୁସାରେ ଚଳିତବର୍ଷ ଫେବ୍ରୁଆରୀ, ମାର୍ଚ୍ଚ,…

Read More