Author: NAZMEEN PARWEEN

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱରରୁ ଆଉଟର୍ ରିଙ୍ଗ୍ ରୋଡ୍ ନିର୍ମାଣ ପାଇଁ ମଧ୍ୟ ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ବାହ୍ୟ ରିଙ୍ଗରୋଡ୍ ୧୪୮ କିଲୋମିଟର ଲମ୍ବା ହେବ, ଯେଉଁଥିରେ ୬ ଲେନ୍ ଓ ୨ଟି ସର୍ଭିସ ରୋଡ ରହିବ। ୬୧୫୨ କୋଟି ଟଙ୍କାର ଏହି ପ୍ରକଳ୍ପ ଭୁବନେଶ୍ୱର ସହରର ସମ୍ପ୍ରସାରଣରେ ସହାୟକ ହେବ। ରାଜଧାନୀ ଭୁବନେଶ୍ୱର ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ ଯୋଜନା, ସଡ଼କ ସଂପ୍ରସାରଣ ଓ ଉନ୍ନତ ଯୋଗାଯୋଗ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୭ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ତ୍ତ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ତମାଣ୍ଡୋରୁ ପାଇକରାପୁର ଏବଂ ଧଉଳିରୁ ତମାଣ୍ଡୋ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ୬୪ କିଲୋମିଟର…

Read More