Author: NAZMEEN PARWEEN

ଇସ୍ପାତ ଓ ଖଣି ବିଭାଗର ୧୦ଟି ଖଣିଜ ବ୍ଲକ, ଯେଉଁଥିରେ ମୁଖ୍ୟତଃ ଲୁହା ଓ ମାଙ୍ଗାନିଜ ଖଣି ନିଲାମ ପ୍ରସ୍ତାବକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ସରକାର ମେଟାଲ ବଜାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିଥିବା ଜଣାପଡ଼ିଛି। ଶେଷରେ କେନ୍ଦ୍ର ପକ୍ଷରୁ ଏହାକୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ମିଳିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ କେନ୍ଦୁଝର ଜିଲ୍ଲାର ରୋଇଡ଼ା-୧, ପୁତୁଲିପାଣି ଓ ଜଳାହୁରୀ ଭଳି ୪ଟି ଲୁହାପଥର ଖଣିର ନିଲାମକୁ ସରକାର ଅନୁମୋଦନ କରିଛନ୍ତି। ସୁନ୍ଦରଗଡ଼ର ପଥରିପୋଷି ପଶ୍ଚିମ ଲୁହାପଥର ବ୍ଲକ୍ ହେଉଛି ଏକ ନୂଆ ଖଣି। ସୁନ୍ଦରଗଡ଼ ଜିଲ୍ଲାର ଓରାହୁରି, ଭଞ୍ଜିକୁସୁମ ଓ କେନ୍ଦୁଝର ଜିଲ୍ଲାର ରୋଇଡ଼ା-ଡିରେ ଥିବା ଲୁହାପଥର ଓ ମାଙ୍ଗାନିଜର ମିଶ୍ରଣ ଥିବା ୩ଟି ବ୍ଲକ ନିଲାମ ତାଲିକାରେ ରହିଛି। କଳାହାଣ୍ଡି ଜିଲ୍ଲାର କରଲାପାଟ ଓ ରାୟଗଡ଼ା…

Read More