Author: NAZMEEN PARWEEN

ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରି ମାଲକାନଗିରି ଜଳସେଚନ ଉପନିର୍ଦ୍ଦେଶକ ତଥା ପିଡି ଶାନ୍ତନୁ ମହାପାତ୍ରଙ୍କ ଠାରୁ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ମାଲକାନଗିରି ଜଳସେଚନ ଉପନିର୍ଦ୍ଦେଶକ ତଥା ପିଡି ଶାନ୍ତନୁ ମହାପାତ୍ରଙ୍କ ବାସଭବନରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରି ନଗଦ ୧ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଟିମ୍ ଚଢ଼ାଉ କରି ବିପୁଳ ପରିମାଣର ୫୦୦ ଟଙ୍କିଆ ନୋଟ୍ ଜବତ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨ ଜଣ ଅତିରିକ୍ତ ଏସ୍ ପି, ୪ ଜଣ ଡିଏସ୍ପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ  ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଶ୍ରୀ ମହାପାତ୍ରଙ୍କ ଜୟପୁରସ୍ଥିତ ବାସଭବନ ସହ ମାଲକାନଗିରି ଜିଲ୍ଲାର ଅତିରିକ୍ତ ସ୍ଥାନକୁ ଟାର୍ଗେଟ କରି ଆଜି ସକାଳୁ ଚଢ଼ାଉ ଆରମ୍ଭ ହୋଇଥିଲା। ସେପଟେ ଭିଜିଲାନ୍ସ…

Read More