Author: NAZMEEN PARWEEN

ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନଙ୍କ ବେତନ ତଥା ପୂର୍ବତନ ବିଧାୟକମାନଙ୍କ ପେନ୍‍ସନ ବୃଦ୍ଧି ପାଇଁ ବିଧାନସଭାର ଆଗାମୀ ବଜେଟ୍‍ ଅଧିବେଶନ ସମୟରେ ବିଧେୟକ ଆସିପାରେ । ବିଧାନସଭାର ଗତ ଅଧିବେଶନ କାଳରେ ଦଳମତ ନିର୍ବିଶେଷରେ ଅନେକ ବିଧାୟକ ସେମାନଙ୍କ ବେତନ ଓ ଭତ୍ତା ସପକ୍ଷରେ ଖୋଲା ମତବ୍ୟକ୍ତ କରିଥିଲେ । ଇତି ମଧ୍ୟରେ ଏ ସଂକ୍ରାନ୍ତରେ ଗଠିତ ବିଧାନସଭାର କମିଟି ତାଙ୍କ ସୁପାରିଶ୍‍ ଦେଇ ସାରିଛନ୍ତି । ତେବେ ବିଭିନ୍ନ କାରଣରୁ ବିଧାନସଭାର ଗତ ଅଧିବେଶନ ଆଗୁଆ ବନ୍ଦହୋଇ ଯିବାରୁ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିଥିବା କୁହାଯାଉଛି । ବିଧାୟକମାନେ ଏବେ ବେତନ ଓ ଭତ୍ତା ଆଦି ମିଶାଇ ମାସକୁ ପ୍ରାୟ ଲକ୍ଷେ ଟଙ୍କା ପାଉଛନ୍ତି । ଏହାର ପରିମାଣ ୩ଲକ୍ଷ ଟଙ୍କାରୁ ଅଧିକ କରିବାପାଇଁ ମତପ୍ରକାଶ ପାଉଥିବାବେଳେ କମିଟିଙ୍କ ସୁପାରିଶ୍‍ ମୁତାବକ ଏହାକୁ ୨ଲକ୍ଷ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇପାରେ । ଏହାଛଡା ବିଧାୟକମାନଙ୍କ ଲାଗି ୧୫ଲକ୍ଷ…

Read More