Author: NAZMEEN PARWEEN

ଯାଜପୁର ଦୀର୍ଘଦିନ ଧରି ଓଡ଼ିଶା ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଭାବେ ପରିଚିତ। ବିଶେଷକରି ଏହା ବିଜେଡ଼ି ର ଗଡ ଭାବରେ ପରିଚିତ । କିନ୍ତୁ ରାଜ୍ୟରୁ ବିଜେଡ଼ି ସରକାର ଗଲା ପରେ ସେ ଗଡ ଏବେ ଦୋହଲିବା ଆରମ୍ଭ କଲାଣି। ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତିଙ୍କ ଦଳତ୍ୟାଗ, ସହିତ ୧୮ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦଳ ଛାଡିବା କେବଳ ସଂଖ୍ୟାଗତ ହାନି ନୁହେଁ; ଏହା ସଂଗଠନର ଭିତ୍ତିକୁ ନେଇ ପ୍ରଶ୍ନ ଉଠାଇଛି। ଏହି ପ୍ରସ୍ଥାନମାନେ ଯେତେବେଳେ ଭାରତୀୟ ଜନତା ପାର୍ଟି ଭଳି ପ୍ରତିଦ୍ବନ୍ଦ୍ବୀ ଦଳକୁ ହେଉଛି, ସେତେବେଳେ ଏହାକୁ କେବଳ ବ୍ୟକ୍ତିଗତ ଅସନ୍ତୋଷ ଭାବେ ଖାରଜ କରିବା ଉଚିତ୍ ନୁହେଁ। ଯାଜପୁରର ସର୍ବପ୍ରମୁଖ ମୁହଁ ଭାବେ ପରିଚିତ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ନିରବତା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ସଂଗଠନ ଯେତେବେଳେ ଚାପରେ ଥାଏ, ସେତେବେଳେ ନେତୃତ୍ୱର ସକ୍ରିୟତା କର୍ମୀମାନଙ୍କୁ ଆତ୍ମବିଶ୍ୱାସ ଦେଇଥାଏ। କିନ୍ତୁ ଏଠାରେ ଦେଖାଯାଉଛି…

Read More