Author: NAZMEEN PARWEEN

ଭାରତୀୟ ଆଇନ ବ୍ୟବସ୍ଥାରେ ଆଗୁଆ ଜାମିନ (Anticipatory Bail) ଏକ ଅସାଧାରଣ ସୁବିଧା। ଏହା ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ସୁରକ୍ଷା ଦେଇଥାଏ—ଯାହା ମୂଳତଃ ଭୁଲ ଅଭିଯୋଗ, ରାଜନୈତିକ ପ୍ରତିଶୋଧ କିମ୍ବା ଦୁର୍ବ୍ୟବହାରରୁ ନାଗରିକଙ୍କୁ ବଞ୍ଚାଇବା ପାଇଁ ଭାବିଥିବା ବ୍ୟବସ୍ଥା। କିନ୍ତୁ ଏହି ସୁବିଧା କେବେ ଅଧିକାରର ଅପବ୍ୟବହାର ହେବାର ଆଶଙ୍କା ତିଆରି କରେ, ସେଥିରେ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଅନିବାର୍ଯ୍ୟ ହୁଏ। ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ନୂତନ ନିର୍ଦ୍ଦେଶ—“ଜଣେ ପଳାତକ ଅଭିଯୁକ୍ତ ସାଧାରଣତଃ ଆଗୁଆ ଜାମିନ ପାଇବାକୁ ହକଦାର ନୁହେଁ”—ଦେଶର ସମସ୍ତ ହାଇକୋର୍ଟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗଦର୍ଶନ ହୋଇଉଠିଛି। ପ୍ରଶ୍ନ ହେଉଛି—କାହିଁକି ଏପରି ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ପଡ଼ିଲା? ମାମଲାର ପୃଷ୍ଠଭୂମି: ମଧ୍ୟପ୍ରଦେଶ ହାଇକୋର୍ଟର ଆଦେଶ ଓ ସୁପ୍ରିମକୋର୍ଟର ହସ୍ତକ୍ଷେପ ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଜଣେ ପଳାତକ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟର ଖଣ୍ଡପୀଠ—ବିଚାରପତି ଜେ.ବି. ପାରଦିୱାଲା ଓ ବିଜୟ ବିଷ୍ଣୋଇ—ସେହି ଆଦେଶକୁ ଖାରଜ କରିଦେଲେ। କୋର୍ଟ…

Read More