Author: NAZMEEN PARWEEN

କଂଗ୍ରେସ ସବୁବେଳେ କ୍ଷମତା ପାଇଁ ଦେଶକୁ ଅପମାନିତ କରିଆସୁଛି। କିନ୍ତୁ ଏବେ କ୍ଷମତା ପାଇଁ କଂଗ୍ରେସ ତାହାର ମଇଳା ରାଜନୀତିର ସମସ୍ତ ସୀମା ଅତିକ୍ରମ କରିସାରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରୋଧ କରିବା ପରେ, କଂଗ୍ରେସ ଏବେ ଦେଶର ମହାପୁରୁଷମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛି। ଏଆଇ ପ୍ରଭାବ ସମ୍ମିଳନୀ କୌଣସି ଦଳୀୟ କାର୍ଯ୍ୟକ୍ରମ ନ ଥିଲା, ବରଂ ଏକ ଜାତୀୟ କାର୍ଯ୍ୟକ୍ରମ ଥିଲା। ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ ଲଙ୍ଗଳା ହୋଇ ଏପରି ଏକ ମଞ୍ଚରେ ହଙ୍ଗାମା ସୃଷ୍ଟି କରିବା ଏବଂ ତା’ପରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ କରିବା- ଏହା ସ୍ପଷ୍ଟ ଭାବରେ କଂଗ୍ରେସର ବିକୃତ ମାନସିକତା ଏବଂ କ୍ଷମତା ପାଇଁ ଏହାର ହତାଶାକୁ ପ୍ରକାଶ କରେ। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କର ଏହି ହତାଶାବୋଧ ଯୋଗୁ ଏବେ ଅଣ ବିଜେପି ଦଳମାନେ, ଯଉଁମାନେ କି ଇଣ୍ଡି ମେଣ୍ଟରେ ଅଛନ୍ତି ସେମାନେ ଏବେ ଏପରି ପଦକ୍ଷେପକୁ ନିନ୍ଦା…

Read More