Author: NAZMEEN PARWEEN

ରାଜନୀତିରେ କେତେକ ସମୟ ଏମିତି ଆସେ, ଯେତେବେଳେ ଗୋଟିଏ ରାଜ୍ୟସଭା ଆସନ କେବଳ ଏକ ସଂସଦୀୟ ପଦ ନୁହେଁ—ସେହି ଆସନ ହୋଇଯାଏ ଦଳୀୟ ଆତ୍ମପରିଚୟର ପରୀକ୍ଷା। ଏବେ ସେହି ପରୀକ୍ଷାର ପାଇଁ ଦୌଡ଼ୁଛି ବିଜୁ ଜନତା ଦଳ (ବିଜେଡି)। ରାଜ୍ୟସଭାର ଗୋଟିଏ ସମ୍ଭାବ୍ୟ ଆସନ —କିନ୍ତୁ ତାକୁ ନେଇ ଦଳ ଭିତରେ ଅଙ୍କକଷା, ଅସନ୍ତୋଷ ଓ ଅନୁମାନର ବିସ୍ଫୋରକ ପରିବେଶ। ଦଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ—କର୍ପୋରେଟ୍ ଜଗତରୁ ସିଧାସଳଖ ରାଜନୀତିକ ମଞ୍ଚରେ ପ୍ରବେଶ କରିଥିବା ସନ୍ତୃପ୍ତ ମିଶ୍ରଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ। ତାଙ୍କର ଅଚାନକ ସକ୍ରିୟତା, ଦଳୀୟ ମଞ୍ଚରେ ବୃଦ୍ଧି ପାଇଥିବା ପ୍ରଭାବ ଓ ପରଦା ପଛରେ ଚାଲୁଥିବା ରଣନୀତି—ସବୁକିଛି ମିଶି ଦଳର ପୁରୁଖା ନେତାମାନଙ୍କ ମଧ୍ୟରେ ଅସନ୍ତୋଷକୁ ଚରମସୀମାକୁ ନେଇଯାଇଛି। ପାରାସୁଟ୍ ପ୍ରବେଶ, ଦ୍ରୁତ ପ୍ରମୋସନ୍ ୨୦୨୪ ଫେବୃୟାରୀ—ସନ୍ତୃପ୍ତ ମିଶ୍ର କର୍ପୋରେଟ୍ ଚାକିରି ଛାଡ଼ି ବିଜେଡିରେ ଯୋଗଦେଲେ। କିଛି ଘଣ୍ଟା ମଧ୍ୟରେ ଜାତୀୟ ମୁଖପାତ୍ର ଘୋଷିତ। ଏକ ମାସ ପରେ କଟକ ଭଳି…

Read More