Author: NAZMEEN PARWEEN

ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର—ଏହା କେବଳ ସୁନା-ରୂପାର ଅଳଙ୍କାରର ଭଣ୍ଡାର ନୁହେଁ; ଏହା ଶତାବ୍ଦୀ ପୁରୁଣା ଆସ୍ଥା, ଇତିହାସ ଓ ସଂସ୍କୃତିର ଏକ ଜୀବନ୍ତ ପ୍ରତୀକ। ଏହି ରତ୍ନଭଣ୍ଡାରର ବହୁ ପ୍ରତୀକ୍ଷିତ ଗଣତି ଓ ମଣତି ପ୍ରକ୍ରିୟାକୁ ନେଇ ରାଜ୍ୟ ସରକାର ଶେଷକାଳରେ ନେଇଥିବା ପଦକ୍ଷେପ ଏକ ନୂତନ ପର୍ଯ୍ୟାୟର ଆରମ୍ଭ ସୂଚନା କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର’ (SOP) ଉପରେ ଲାଗିଥିବା ମୋହର—ଏହା ମାତ୍ର ପ୍ରଶାସନିକ ନିଷ୍ପତ୍ତି ନୁହେଁ, ଏହା ଲୋକଆସ୍ଥା ପ୍ରତି ଏକ ଦାୟିତ୍ୱର ପୁନଃପ୍ରତିଶ୍ରୁତି। ଏସଓପି: ପ୍ରକ୍ରିୟାର ପାରଦର୍ଶିତାର ଭିତି ରତ୍ନଭଣ୍ଡାର ଗଣତି ଓ ଯାଞ୍ଚ ପ୍ରକ୍ରିୟା କୌଣସି ସାଧାରଣ ଅଭିଯାନ ନୁହେଁ। ଏହା ଅତ୍ୟନ୍ତ ସୁସଂବେଦନଶୀଳ ଓ ଧାର୍ମିକ ଭାବନା ସହ ଜଡିତ। ତେଣୁ ଏହା ପାଇଁ ଏକ ସ୍ପଷ୍ଟ ଏବଂ ବିସ୍ତୃତ SOP ର ଆବଶ୍ୟକତା ଅନିବାର୍ୟ। ବୈଠକରେ ଏହି SOP…

Read More