Author: NAZMEEN PARWEEN

ମହାଶିବରାତ୍ରି—ଭକ୍ତି, ଉପବାସ ଓ ମନୋକାମନାର ରାତ୍ରି। ଏହି ପବିତ୍ର ଅବସରରେ ରାୟଗଡ଼ା ଜିଲ୍ଲାର ଏକ ଯୁବକ ନିଜ ପ୍ରେମକୁ ପାଇବା ପାଇଁ ଯେ ପଦକ୍ଷେପ ନେଲେ, ସେଥିରେ ଅଞ୍ଚଳ ମାତ୍ର ନୁହେଁ, ସମଗ୍ର ରାଜ୍ୟରେ ଚର୍ଚ୍ଚା ଜନ୍ମ ନେଲା। ପ୍ରାୟ ୪ କିଲୋମିଟର ରାସ୍ତା ଧାରଣା ପଡ଼ିପଡ଼ି ଗଡ଼ି ଗଡ଼ି ଶିବ ମନ୍ଦିରକୁ ପହଞ୍ଚିବା—ଏହା କେବଳ ଏକ ଭକ୍ତିମୟ କାର୍ଯ୍ୟ କି? ନା କି ଏହା ପ୍ରେମ, ପଶ୍ଚାତ୍ତାପ ଓ ସମାଜୀକ ମନୋଭାବର ଏକ ଗଭୀର ପ୍ରତିବିମ୍ବ? ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରକୁ ଲୋକନାଥ ଡଙ୍ଗରି ଭୋର ୩ଟାରୁ ଆରମ୍ଭ କରି ପ୍ରାୟ ୮ ଘଣ୍ଟା ଧରି ଗଡ଼ି ଗଡ଼ି ପହଞ୍ଚିଲେ। ଏହି ଘଟଣା ଆମକୁ କେବଳ ଆଶ୍ଚର୍ଯ୍ୟଚକିତ କରୁନାହିଁ; ଏହା ଆମକୁ ପ୍ରଶ୍ନ କରିବାକୁ ବାଧ୍ୟ କରେ—ପ୍ରେମର ନାମରେ ଏପରି ତ୍ୟାଗ ଆବଶ୍ୟକ କି? ଏହା ଭକ୍ତିର ପରିଚୟ କି ମାନସିକ ଚାପର ଫଳ? ଘଟଣାର…

Read More