Author: NAZMEEN PARWEEN

କାନାଡା ଓପନର ଯୁବରାଜ ସାମରା ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଇତିହାସ ସୃଷ୍ଟି କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳୁଥିବା କାନାଡା ପାଇଁ ଶତକ ମାରିଛନ୍ତି ଯୁବରାଜ। ଏହି ଶତକ ପରେ ସେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ୧୯ ବର୍ଷୀୟ ବାମହାତୀ ବ୍ୟାଟର ଯୁବରାଜ କାନାଡା ପାଇଁ ‌ଏମ ଚିଦାମ୍ବରମ ଷ୍ଟାଡିୟମରେ ମାତ୍ର ୫୮ଟି ବଲରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଶ୍ୱକପରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ପୂର୍ବରୁ ପାକିସ୍ତାନର ବ୍ୟାଟର ଅହମଦ ଶେହଜାଦଙ୍କ ନାଁରେ ଥିଲା। ସେ ୨୨ ବର୍ଷ ଓ ୧୨୭ ଦିନ ବୟସରେ ଶତକ ହାସଲ କରିଥିଲେ। ଶେହଜାଦ ୨୦୧୪ ମସିହା ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମିରପୁରରେ ଶତକ ମାରିଥିଲେ।…

Read More