Author: NAZMEEN PARWEEN

୧୮୦ କୋଟିର ପ୍ରକଳ୍ପ, ୯୦ ଲକ୍ଷ ମାସିକ ବ୍ୟୟ, ଆୟ ନଗଣ୍ୟ — ଯୋଜନାର ଭୁଲ କି ପ୍ରଶାସନିକ ଅବହେଳା? ଭୁବନେଶ୍ୱର ସହରର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ବରମୁଣ୍ଡା ଅଞ୍ଚଳ ଦୀର୍ଘଦିନ ଧରି ରାଜ୍ୟର ଅନ୍ତର୍ଜିଲ୍ଲା ଓ ଆନ୍ତର୍ରାଜ୍ୟ ବସ ଯାତାୟାତର ମୁଖ୍ୟ କେନ୍ଦ୍ର ଭାବେ ପରିଚିତ। ଏଠାରେ ନିର୍ମିତ ବାବା ସାହେବ ଭୀମ ରାଓ ଆମ୍ବେଦକର ବସଷ୍ଟାଣ୍ଡକୁ ଏକ ଆଧୁନିକ ଓ ଆକର୍ଷଣୀୟ ଯାତାୟାତ ହବ୍‌ ଭାବେ ପ୍ରଚାର କରାଯାଇଥିଲା। ୧୮୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ସହରର ଗୌରବ ଭାବେ ଦେଖାଯାଇଥିଲା। କିନ୍ତୁ ଦୁଇ ବର୍ଷ ପରେ ଯେତେବେଳେ ଆୟ-ବ୍ୟୟର ହିସାବ ଖୋଲାଯାଉଛି, ଚିତ୍ର ଚମତ୍କୃତକର। ମାସକୁ ପ୍ରାୟ ୯୦ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେଉଥିବା ବେଳେ ଆୟ ୯୦ ହଜାର ଟଙ୍କା ମଧ୍ୟ ହେଉନାହିଁ। ୧୨୮ଟି ଦୋକାନଘର ମଧ୍ୟରୁ ମାତ୍ର ୮ଟି ଚାଲୁ ଅବସ୍ଥାରେ। ଅନ୍ୟଗୁଡ଼ିକ ତାଲାପଡ଼ିଛି। ଏହା କେବଳ ଆର୍ଥିକ…

Read More