Author: Purva Paksha

Subhadra Shakti: ସୁଭଦ୍ରା ଶକ୍ତି ମେଳା ଶକ୍ତିର କ୍ଲଷ୍ଟର ହେବ, ଯାହା କି ମହିଳାଙ୍କ ପାଇଁ ଏକ ନୂଆ ଓ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଓଡ଼ିଶାର ଏକ ପ୍ରମୁଖ ପଦକ୍ଷେପରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ ଏବଂ ସେହି ଅନୁଯାୟୀ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ‘ସୁଭଦ୍ରା ଶକ୍ତି’ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରୁ ଭୁବନେଶ୍ୱରରେ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଓଡ଼ିଶାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଭାଗ ନେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନତା ମଇଦାନରେ ଉଦ୍‍ଘାଟନ କରିବେ। ଏସ୍ଏଚ୍‍ଜି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦକୁ…

Read More