Author: Purva Paksha

Share Market: ଗତ ସପ୍ତାହରେ ଭାରତୀୟ ଷ୍ଟକ୍‍ ବଜାରରେ ଉଲ୍ଲେଖନୀୟ ହ୍ରାସ ଦେଖିବା ପରେ ସୋମବାର ଷ୍ଟକ୍‍ ବଜାର ଲାଲ ରଙ୍ଗରେ ଖୋଲିଥିଲା। ଜୋମାଟୋର ସେୟାରରେ ସବୁଠାରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ପାଇଁ ଦେଇଥିବା ଧମକର ପ୍ରଭାବ ପୁଣିଥରେ ଷ୍ଟକ୍‍ ବଜାରରେ ଅନୁଭୂତ ହୋଇଛି।  ଗତ ୪ ମାସ ଧରି ଭାରତୀୟ ସେୟାର ବଜାର ଉପରେ ଜାରି ରହିଛି ଭାଲୁ ରାଜ୍। ବଜାରରୁ ବୁଲ୍ ପଛଘୁଞ୍ଚା ଦେଇଥିବାବେଳେ ବିୟର ସୂଚକାଙ୍କୁ ତଳକୁ ଆଣିବାର କୌଣସି ମୌକା ଛାଡ଼ୁନାହାନ୍ତି। ଏହା ଭିତରେ ବଜାରରେ ଚାଲିଥିବା ଅସ୍ଥିରତା ଶେଷ ହେବାର ନାଁ ନେଉନାହିଁ। ଗତ ସପ୍ତାହରେ ଏକ ବଡ଼ ହ୍ରାସ ଦେଖିବା ପରେ ଭାରତୀୟ ଷ୍ଟକ୍ ବଜାର ସୋମବାର ଦିନ ରିକଭରି କରିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବଜାର ଖୋଲିବା ସହିତ ସେହି ଆଶା ମରିଯାଇଥିଲା। ସେନସେକ୍ସ ଓ ନିଫ୍ଟି  ଲାଲ ରଙ୍ଗରେ ଖୋଲି…

Read More