Author: Purva Paksha

ଉତ୍ତର ପ୍ରଦେଶର ଅଯୋଧ୍ୟାଠାରେ ଓଡ଼ିଶା ଭବନ ନିର୍ମାଣ ହେବ। ଏଠାକୁ ଶ୍ରୀ ରାମଲାଲାଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତଙ୍କ ରହିବା ଏବଂ ସେମାନଙ୍କ ପାଇଁ ଓଡ଼ିଶାର ଏକ ଉପସ୍ଥିତି ଦେବା ଲାଗି ଏହି ବ୍ୟବସ୍ଥା କରିବେ ଓଡ଼ିଶା ସରକାର। ଏଥିଲାଗି ଖୁବ୍‍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏବେ ଓଡ଼ିଶା ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀ, କୋଲକତା, ଚେନ୍ନାଇଠାରେ ଭବନ  କାର୍ଯ୍ୟକ୍ଷମ ରହିଛି। ଗୃହ ବିଭାଗ ପକ୍ଷରୁ ଏହି ଭବନଗୁଡ଼ିକର ପରିଚାଳନା କରାଯାଉଛି। ସମାନ ଭାବରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମସ୍ଥଳ ଅଯୋଧ୍ୟାଠାରେ ଏମିତି ଏକ ଭବନ ନିର୍ମାଣ ହେଲେ ସେଠାକୁ ଆସୁଥିବା ଓଡ଼ିଶା ଲୋକେ ରହିବା, ଖାଇବାରେ ସୁବିଧାରେ ପାଇପାରିବେ। ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କୁ ଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଆଜି ପ୍ରଭଉଙ୍କର ଭବ୍ୟ ଦର୍ଶନ ହୋଇଛି। ଯାହାକୁ ସେ କଳ୍ପନା କରିନଥିଲି। ରାମଲାଲାଙ୍କ ଦର୍ଶନ…

Read More