Author: Purva Paksha

ଆଜି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଭାରତ ସରକାର ପଠାଇବେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର  ଉଦ୍‍ଘାଟନ କରିବେ। କିଷାନ ସମ୍ମାନ ନିଧି ଯୋଜନାରେ ଏହି ଅର୍ଥ ୨୦୧୮ ଡିସେମ୍ବର ମାସରୁ ପ୍ରଦାନ କରାଯାଉଛି। କୃଷକଙ୍କୁ ସେମାନଙ୍କ ଉତ୍ପାଦନରେ ସହାୟକ ହେବା ଲାଗି ଏହି ଅର୍ଥ ପ୍ରଦାନ କରାଯାଉଛି। ଶତ ପ୍ରତିଶତ କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଅର୍ଥ ପ୍ରଦାନ କରାଯାଉଛି। କୃଷି ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ଏହି ଯୋଜନାର ୧୯ତମ କିସ୍ତି ଚାଷୀଙ୍କୁ ପ୍ରଦାନ କରାଯାଇବ। ବିଭିନ୍ନ ରାଜ୍ୟା ୯ କୋଟି ୮୦ ଲକ୍ଷ କୃଷକ ଙ୍କ ଆକାଉଣ୍ଟକୁ ଏହି ଅର୍ଥ ସିଧାସଳଖ ପହଞ୍ଚିବ। ଡିବିଟି ମାଧ୍ୟମରେ ଏହି ଅର୍ଥ ପହଞ୍ଚିବ ବୋଲି କୁହାଯାଇଛି। ବିହାରର ଭାଗଲପୁରଠାରେ ଏକ ଜନ ସମାବେଶକୁ ଉଦବୋଧନ ଦେବା ଅବସରରେ ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ କରିବେ ବୋଲି କୃଷିମନ୍ତ୍ରୀ ଶିବରାଜସିଂହ ଚୌହାନ ସୂଚନା ଦେଇଛନ୍ତି।  ଆଧାର ସଂଖ୍ୟା ଓ…

Read More