Author: Purva Paksha

Second World War: ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ଜାପାନ ବ୍ୟାପକ ପରିମାଣରେ ମହିଳାଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା। ସେମାନେ ଏହାର ସେନାର ଏକ ଅତ୍ୟାବଶ୍ୟକ ଅଙ୍ଗ ଥିଲେ। ସେମାନଙ୍କ ଷ୍ଟେସନ ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା। ତେବେ ଏଥିପାଇଁ ଜାପାନକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସର ଫର୍ଦ୍ଦ ଭିତରେ ଲୁଚି ରହିଛି ଏମିତି ଅନେକ କଳା ସତ ଯାହା ଛାତି ଥରାଇ ଦିଏ। ଯୁଦ୍ଧର ଘନଘଟା ଭିତରେ କେବଳ ଲକ୍ଷଲକ୍ଷ ସୈନିକ ଅଥବା ସାଧାରଣ ନାଗରିକ ମରୁନଥିଲେ। ଲକ୍ଷାଧିକ ମହିଳା ଏହି କାଳଖଣ୍ଡରେ ଯୁଦ୍ଧକ୍ଷେତ୍ରରେ ପାଲଟି ଯାଇଥିଲେ ଯୌନଦାସୀ। ଜାପାନରେ ଯଦି ସେମାନଙ୍କ ନାମ କମ୍ଫର୍ଟ ଓମେନ୍ ଥିଲା ତେବେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଥେଲ’ ବା ବେଶ୍ୟାଳୟ ତିଆରି କରିଥିଲା ନାଜି ଜର୍ମାନୀ। ମହିଳାଙ୍କ ବିରୋଧରେ ଅତ୍ୟାଚାରରେ ମିତ୍ରଦେଶ ମଧ୍ୟ ପଛରେ ନ ଥିଲେ। ସେମାନଙ୍କ ବିରୋଧରେ ମଧ୍ୟ ନାରୀ ନିର୍ଯାତନାର…

Read More