Author: Purva Paksha

ଓଡ଼ିଶା ରାଜନୀତିରେ କଟକ ଏକ ବିଶେଷ ଭୂମିକା ଗ୍ରହଣ କରେ। କୁହାଯାଏ ଯାହା ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ରାଜନୀତିକ ସଫଳତା ପାଇଁ ପରୀକ୍ଷା କରାଯାଉଛି ତାହା ଅନେକ ବର୍ଷ ଆଗରୁ କଟକରେ ହୋଇସାରିଛି। ସେ ହିଂସା ହେଉ ବା ଅହିଂସା, ସେ ସାମ୍ପ୍ରଦାୟିକ ହେଉ ବା ସଦ୍‍ଭାବ, ସେ କୋଟିପତିର ଅର୍ଥ ଲୋଭ ହେଉ ବା ଖଟିଖିଆର ସଂଗଠନ ସବୁ କିଛିର ଶକ୍ତିକୁ କଟକ ଦେଖିଛି, ଭୋଗିଛି, ଆଉ ଯାହା ଏ ସହର ପାଇଁ ଯେତେବେଳେ ଆବଶ୍ୟକ ହୋଇଛି ତାହାକୁ ଗ୍ରହଣ କରିଛି। ସେଥିପାଇଁ ତ କହନ୍ତି ଯାହା ନ ହୋଇଛି କଟକେ ତାହା ହୋଇ ନାହିଁ ଜଗତେ। କିନ୍ତୁ ବର୍ଷ ବର୍ଷ ଧରି ଧାରାବାହିକ ଭାବେ ଚାଲୁଥିବା ଏହି ପରମ୍ପରା ଓ ପରୀକ୍ଷା ନିରୀକ୍ଷାରେ ଯେତେବେଳେ ନୂଆ ପିଢ଼ି ସାମିଲ ହୋଇଛି ସେତେବେଳେ ହଲଚଲ ହୋଇଛି ସହର, ଏହାର ରାଜନୀତି ଓ ଲୋକଙ୍କ ସମ୍ପର୍କ, ଯାହା କିଛିଦିନ ତଳେ…

Read More