Author: Purva Paksha

ପୁଲିସ ସବ୍‍ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅଭିନବ ପ୍ରଶ୍ନପତ୍ର ଲିକ୍‍ ଏବେ ଦିନକୁ ଦିନ ଉତ୍କଟ ରାଜନୀତିରେ ପରିଣତ ହେଉଛି। ଜଣକ ପରେ ଜଣେ ଗିରଫ ହେଉଥିବା ବ୍ୟକ୍ତି ବିଶେଷଙ୍କର ବିଜେଡି ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଦଳ ଭିତରେ ବିଭାଜନକୁ ଘନୀଭୂତ କରୁଛି। ସାରାରାଜ୍ୟ ଆକ୍ରାନ୍ତ ହୋଇଥିବା ଏହି ଦୂରାରୋଗ୍ୟ ରୋଗରେ ଯାଜପୁରର କ୍ଷମତାଶାଳୀ ଦଳୀୟ ସଂଗଠକମାନେ ଯେ ଯୋଡ଼ି ହୋଇଛନ୍ତି ତାହାକୁ ପ୍ରମାଣିତ କରିବା ପାଇଁ ସେହି ଜିଲ୍ଲାର ଅନ୍ୟ ନେତାମାନେ ଗୋଟି ଚଳାଉଥିବା ସୂଚନା ମିଳିଛି। ଏହି ସୂଚନା ଭିତରେ ରହିଛି ପ୍ରୀତି ରଞ୍ଜନ ଘଡ଼େଇ ଓରଫ ଡ୍ୟାନିଙ୍କ ପୁରୁଣା ରାଗ। ଯେଉଁ ନେତାଙ୍କ ଯୋଗୁ ସେ ଆଜି କ୍ଷମତା ରାଜନୀତିରୁ ବାହାରେ ରହିଛନ୍ତି, ଆଉ ଯେଉଁ ନେତାଙ୍କ ଯୋଗୁ ତାଙ୍କ ବାପା ଆଜି ରାଜନୀତିରୁ ଦୂରରେ ରହିଛନ୍ତି, ତାଙ୍କରି ଛତ୍ରଛାୟାରେ ଯେ ଏ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ର ଲିକ୍‍ ମାମଲା ପରିଚାଳିତ ତାହାକୁ ପ୍ରମାଣିତ କରିବାକୁ…

Read More