Author: Purva Paksha

ରାଜ୍ୟ ରାଜନୀତିରୁ ଏବେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସନ୍ୟାସ ନେଇଗଲେ କି? ସେ କ’ଣ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପଥକୁ ଅନୁସରଣ କରୁଛନ୍ତି କି? ଏପରି ଅନେକ ଚର୍ଚ୍ଚା ଏବେ ହେବାରେ ହେଉଛି। ଏପରି କାହିଁକି ହେଉଛି ଓ ଏହାର କାରଣ କ’ଣ ଆସନ୍ତୁ ଆଲୋଚନା କରିବା। ନବୀନ କେବଳ ଏକ୍ସରେ ନିଜର ପ୍ରତିକ୍ରିୟା ଦେବାରେ ସିମୀତ ଏପରି ଚର୍ଚ୍ଚା ହେବାର କାରଣ ହେଉଛି ଗତ ସେପ୍ଟେମ୍ବର ୭ ତାରିଖରୁ ନବୀନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ କାମରେ ଅଦ୍ୟାବଧି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଇତି ମଧ୍ୟରେ ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଯାଇଛି। ରାଜ୍ୟବାସୀ ନବୀନ ପଟ୍ଟନାୟକଙ୍କୁ କ୍ଷମତାରୁ ସିନା ହଟାଇଛନ୍ତି, କିନ୍ତୁ ରାଜ୍ୟର ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଛନ୍ତି। ନବୀନ କିନ୍ତୁ କ୍ଷମତାରୁ ଯିବା ପରଠାରୁ ମ୍ରିୟମାଣ ହେବା ସହିତ ବିରୋଧୀ ଦଳର…

Read More