Author: Purva Paksha

ରାଜ୍ୟ ରାଜନୀତିକୁ ପୁଲିସ ସବ୍‍ ଇନ୍ସପେକ୍ଟର (ଏସ୍‍ଆଇ) ନିଯୁକ୍ତି ଦୁର୍ନୀତି ଯେତିକି ଆନ୍ଦୋଳିତ ନ କରିଛି, ତା’ଠୁ ଅଧିକ ଗମ୍ଭୀର ହୋଇଛି ଏଥିରେ ବିଭିନ୍ନ ଘରୋଇ କୋଚିଂ ଅନୁଷ୍ଠାନଗୁଡ଼ିକର ସମ୍ପର୍କ। ଆଉ ସେଇ ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକମାନଙ୍କୁ ନେଇ ରାଜ୍ୟବାସୀ ଛକ ବଜାରରେ ଅନେକ ପ୍ରକାରର ଚର୍ଚ୍ଚା କରୁଛନ୍ତି। ସରକାରୀ ଚାକିରି ଯେ ମେଧାବୀଙ୍କ ମେଧା ଓ ଭଗବାନଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ ତା’ ନୁହେଁ, ବରଂ ଏହା ବଜାରରେ ବିକ୍ରି ହେଉଥିବା ଏକ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛି। ରାଜନୀତିକ ପୃଷ୍ଠଭୂମି ଥିବା ଶିକ୍ଷା ବ୍ୟବସାୟୀମାନଙ୍କ ଦ୍ୱାରା ହିଁ ଏହା ମିଳିପାରୁଛି ବୋଲି ଏକ ଧାରଣା ମେଧାବୀଙ୍କ ମନରେ ସୃଷ୍ଟି ହେଉଛି। ଅର୍ଥାତ୍‍ ସରକାରୀ ବ୍ୟବସ୍ଥା ପ୍ରତି ଥିବା ଅନାସ୍ଥା ଭାବକୁ ବଢ଼ାଉଛନ୍ତି ଏହି ଶିକ୍ଷା ବ୍ୟବସାୟୀମାନେ । ଅର୍ଥ ବଦଳରେ ନିଶ୍ଚିତ ଚାକିରିର ପ୍ରତିଶ୍ରୁତି ଭୁବନେଶ୍ୱରର ସିଆର୍‍ପି ଛକରେ ଜାତୀୟ ରାଜପଥ ଆଡ଼କୁ ମୁହଁ କରି ରହିଛି ଏହି…

Read More