Author: Purva Paksha

Odisha Assembly: ଆଜି ବି ବିଧାନସଭାରେ ଜୟନାରାୟଣଙ୍କ ବିବାଦୀୟ ବୟାନ ତାତି ଦେଖିବାକୁ ମିଳିଛି। ଅଧିବେଶାନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ‘ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ’ ଧ୍ୱନୀ ଦେଇ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି ବିରୋଧୀ। ରାଜ୍ୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ହଙ୍ଗାମା କଲେ କଂଗ୍ରେସ ସଦସ୍ୟ।  ପ୍ରଶ୍ନୋତ୍ତର ଚାଲିଥିବାବେଳେ ହାତାହାତି ହୋଇଗଲେ ଦୁଇ ବିଧାୟକ ଜୟନାରାୟଣ ଓ ତାରା ବାହିନୀପତି। ରିପୋର୍ଟରଙ୍କ ଟେବୁଲ ଉପରେ ଚଢ଼ି ପ୍ରତିବାଦ କଲେ। ବିରୋଧୀ ଦଳ କଂଗ୍ରେସ ଓ ବିଜେଡିର ହଙ୍ଗାମାରୁ ଗୃହ ଚାଲିପାରିନାହିଁ। ଶେଷରେ ଗୃହକୁ ୧୨ଟା ଯାଏ ମୁତଲବତୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟର ବିଧାନସଭା ଭିତରେ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ହାତାହାତି ହେବାର ଦୃଶ୍ୟ ଦେଖିଥିବା ଓଡ଼ିଶାବାସୀ ମଙ୍ଗଳବାର ଦିନ ସମାନ ଦୃଶ୍ୟ ରାଜ୍ୟ ବିଧାନସଭା ଭିତରେ ଦେଖିଛନ୍ତି। ଜୟ…

Read More