Author: Purva Paksha

ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରାଗଲା। ବିଧାନସଭା ପରିସରରେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କୁ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହେବାକୁ ପଡ଼ିଲା। ଏପରିକି କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଦା କରି ଦିଆଗଲା। ଏସବୁ ସତ୍ତ୍ୱେ ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପଦୁଟିଏ ଲେଖିବାକୁ ଚାହିଁନାହାନ୍ତି। ଆଉ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ଅସମ୍ଭବ ନିରବତାକୁ ଦେଖି ତାଙ୍କ ଦଳର ଚାପଗ୍ରସ୍ତ ବିଧାୟକମାନେ ଅପ୍ରତ୍ୟାଶିତ ଢଙ୍ଗରେ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ଅନୁପସ୍ଥିତିରେ ଓ ବିଜେଡି ସଦସ୍ୟଙ୍କ ସକ୍ରିୟ ଭାଗିଦାରୀରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଛି। ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସହ ବିଜେଡିର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ…

Read More