Author: Purva Paksha

ସ୍ୱାମୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ରାସ୍ତାରେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଚାକିରି ଶେଷ ପୂର୍ବରୁ ଆଗୁଆ ଅବସର ନେଲେ ସୁଜାତା। ଏହା ପୂର୍ବରୁ ତାଙ୍କ ଆଇଏଏସ ସ୍ୱାମୀ ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନ ଆଗରୁ ଆଗୁଆ ଭିଆରଏସ ନେଇଥିଲେ। ତା’ପରେ ବିଜେଡ଼ିରେ ସାମିଲ ହୋଇ ଦଳର ମଙ୍ଗ ଧରିଥିଲେ। ଏବେ ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରିଛିନ୍ତି ପତ୍ନୀ ସୁଜାତା। ସୁଜାତାଙ୍କ ଆବେଦନକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି। କିଛି ଦିନ ତଳେ ସେ କେନ୍ଦ୍ର ନିକଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ଛୁଟି ପାଇଁ ଆବେଦନ କରିଥିଲେ ସୁଜାତା, କିନ୍ତୁ ଛୁଟି ନ ମିଳିବାରୁ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ୨୦୦୦ ବ୍ୟାଚର ଆଇଏଏସ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ଆଇଏଏସ୍ ଅଧିକାରୀ। ତାଙ୍କ ପ୍ରାରମ୍ଭିକ ଜୀବନ ଝାଡ଼ଖଣ୍ଡର ଜାମସେଦପୁରରେ କଟିଥିଲା, ଯେଉଁଠାରେ ତାଙ୍କ ବାପା ଜଣେ ଡାକ୍ତରଭାବେ…

Read More