Author: Purva Paksha

ମ୍ୟାନମାର ଏବଂ ଥାଇଲ୍ୟାଣ୍ଡରେ ଆସିଥିବା ୭.୭ ତୀବ୍ରତାର ଭୂକମ୍ପ ଉଭୟ ଦେଶରେ ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି କରିଛି। ମ୍ୟାନମାରର ମାଣ୍ଡାଲେ ନିକଟରେ ଭୂକମ୍ପର କେନ୍ଦ୍ର ଥିଲା, ଯାହା ଫଳରେ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି ଏବଂ ଇରାୱାଡି ନଦୀ ଉପରେ ଥିବା ଏକ ପୋଲ ଭାଙ୍ଗି ପଡ଼ିଛି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଏକ ନିର୍ମାଣାଧୀନ ଅଟ୍ଟାଳିକା ପଡ଼ିଯିବାରୁ ଅନେକ ଲୋକ ହତାହତ ହୋଇଛନ୍ତି। ଏହି ବିପର୍ଯ୍ୟୟ ମଧ୍ୟରେ କୂଟନୈତିକ ମାମଲାର ବିଶେଷଜ୍ଞ ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି ଯେ, ମ୍ୟାନମାରରେ ହିମାଲୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୂଗର୍ଭୀୟ ଅସ୍ଥିରତାକୁ ବଢ଼ାଇ ଦେଇପାରେ। ତେବେ କ’ଣ ସତରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ତାଣ୍ଡବ ପାଇଁ ଦାୟୀ? ମ୍ୟାନମାରର ଭୂଗର୍ଭୀୟ ଅବସ୍ଥା ମ୍ୟାନମାର ହିମାଲୟ ଭୂକମ୍ପ ବେଲ୍ଟରେ ଅବସ୍ଥିତ, ଯେଉଁଠାରେ ଭାରତୀୟ ପ୍ଲେଟ ଇଣ୍ଡୋଚାଇନା ଉପଦ୍ୱୀପ ତଳକୁ…

Read More