Author: Purva Paksha

ସତ ହେବାକୁ ଯାଉଛି ପୂର୍ବପକ୍ଷର ପୂର୍ବାନୁମାନ। ଆମେ କହିଥିଲୁ ପାଣ୍ଡିଆନ୍‍ ଦମ୍ପତ୍ତିଙ୍କୁ ନେଇ ବିଜେଡିରେ ବିଧବା ବିଳାପ ଆରମ୍ଭ। ପାଣ୍ଡିଆନ୍‍ ଦିଲ୍ଲୀ ଓ ତାମିଲନାଡୁ ଯିବା ପୂର୍ବରୁ ବନ୍ଧ କୋଠରୀ ଭିତରେ କେନ୍ଦ୍ରପଡ଼ା ଦିଲ୍ଲା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ, ବିଧାୟକ ପ୍ରତାପ ଦେବ, ଗଣେଶ୍ୱର ବେହରା, କଟକ ଜିଲ୍ଲାର ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରମୁଖ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ଙ୍କୁ ବିଜେଡି ଛାଡ଼ି ବିଦେଶ ନ ଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ପାଣ୍ଡିଆନ୍‍ ସେମାନଙ୍କ କଥାକୁ ଶୁଣିନଥିଲେ। ଏହାକୁ ପୂର୍ବପକ୍ଷ କାହାର ନାଁ’ ନ ନେଇ ପ୍ରଥମେ ପ୍ରକାଶ କରିଥିଲା। କିନ୍ତୁ ଏବେ ପାଣ୍ଡିଆନ୍‍ ଦମ୍ପତ୍ତିଙ୍କୁ ନେଇ ବିଜେଡି ନେତାମାନଙ୍କର ବିଧବା ବିଳାପ ସର୍ବ ସାଧାରଣରେ ଆରମ୍ଭ ହୋଇଗଲାଣି। ପାଣ୍ଡିଆନ ଦମ୍ପତିଙ୍କର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଜେଡିର ସବୁ ନେତାଙ୍କ ନଜର ରହିଛି। ପ୍ରଶ୍ନ ଉଠୁଛି, ସତରେ କ’ଣ ପାଣ୍ଡିଆନ୍‍ ଦମ୍ପତ୍ତି…

Read More