Author: Purva Paksha

CAG Report: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶସତ୍ତ୍ୱେ ବେଆଇନ ଖଣି ଲିଜଧାରୀଙ୍କଠାରୁ ୩୯୬୬ କୋଟି ଟଙ୍କାର ଜରିମାନା ଆଦାୟ କରିବାରେ ଓଡ଼ିଶା ସରକାର ବିଫଳ। ରାଜ୍ୟରେ ଖଣି ଦୁର୍ନୀତିକୁ ପ୍ରୋତ୍ସାହିତ କରିଥିବା ବିଜୁ ଜନତା ଦଳ ସରକାରର ମୁଖା ଖୋଲି ଦେଇଛନ୍ତି ସିଏଜି। ବୁଧବାର ବିଧାନସଭାରେ ଆଗତ ହୋଇଥିବା ରିପୋର୍ଟରେ ବିଜେଡି ସରକାର କିଭଳି ଖଣି ଖନନ କ୍ଷେତ୍ରରେ ବେଆଇନ କାମ କରିଥିବା ଖଣିମାଲିକମାନଙ୍କଠାରୁ ଜରିମାନା ଆଦାୟ ନ କରି ଛାଡ଼ି ଦେଇଛନ୍ତି ତାହା ରିପୋର୍ଟରେ ଦର୍ଶାଯାଇଛି। ବେଆଇନ ଖଣି ଖନନ ପାଇଁ ଖଣିମାଲିକମାନଙ୍କ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ୩୯୬୬.୩୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ଓଡ଼ିଶା ସରକାର କୌଣସି ପ୍ରଭାବଶାଳୀ ପଦକ୍ଷେ ଗ୍ରହଣ କରିନାହାନ୍ତି ବୋଲି ବୁଧବାର ବିଧାନସଭାରେ ଉପସ୍ଥାପିତ ଏକ ରିପୋର୍ଟରେ ଭାରତର ନିୟନ୍ତ୍ରକ ଓ ଅଡିଟର ଜେନେରାଲ (ସିଏଜି) କହିଛନ୍ତି। ୨୦୨୨ ମାର୍ଚ୍ଚରେ ଶେଷ ହୋଇଥିବା ବର୍ଷ ପାଇଁ ଓଡ଼ିଶା ଖଣିଜ କ୍ଷେତ୍ର ଉନ୍ନୟନ ନିଗମ (ଓଏମବିଡିଏସି) ପାଣ୍ଠିର…

Read More