Author: Purva Paksha

ଓଡ଼ିଆ ଅସ୍ମିତା ଓ ସଂସ୍କୃତି ସୁରକ୍ଷାର ଦ୍ୱାହି ଦେଇ କ୍ଷମତା ଆସିବା ପରେ ବିଜେପି ସରକାରଦ୍ୱାରା ନିର୍ମିତ ପ୍ରଥମ ପ୍ରକଳ୍ପ ଭୁଶୁଡ଼ି ଏବେ ମାଟିରେ ମିଶିଯାଇଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଜାନୁଆରୀ ସାତ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରିକୁ ଆନୁଷ୍ଠାନିକଭାବେ ଉଦ୍‍ଘାଟନ କରିଥିଲେ। ଏଥିରେ ରାଜକୀୟ ଗ୍ୟାଲେରୀ, ପ୍ରାକ୍-ଐତିହାସିକ ଗ୍ୟାଲେରୀ, ରୟାଲ ଆଣ୍ଡ ଆଇଭରି ଗ୍ୟାଲେରୀ, ପ୍ରାଣୀ ଉଦ୍ୟାନ, ଖଣି ଓ ଭୂବିଜ୍ଞାନ ଗ୍ୟାଲେରୀ, କଣ୍ଢେଇ ଗ୍ୟାଲେରୀ, ମାସ୍କ ଗ୍ୟାଲେରୀ, ଟ୍ରାଇବ୍ସ ଗ୍ୟାଲେରୀ, ହସ୍ତଶିଳ୍ପ ଗ୍ୟାଲେରୀ ଏବଂ ଆଇଡେଣ୍ଟିଫିକେସନ୍ ରୁମ୍ ଥିଲା। ଏଥିପାଇଁ ରାଜ୍ୟ ରାକୋଷରୁ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହି ଗ୍ୟାଲେରିର ନର୍ମାଣ କାମ କୌଣସି ଓଡ଼ିଆ ଠିକାଦାର କରିନାହାନ୍ତି। କାରଣ ସେତେବେଳେ ଭାଷା ଓ ସଂସ୍କୃତି ସଚିବ ଥିବା ଅଫିସର ଜଣକ ଅଣଓଡ଼ିଆ…

Read More