Author: Purva Paksha

ଭୋଟ୍‍ ପାଇବା ପାଇଁ ନେତାମାନେ ମତଦାତାଙ୍କୁ ମାଗଣା ପ୍ରଲୋଭନ ଦେଖାଇବା ଏବେ ପ୍ରଥାରେ ପରିଣତ ହେଲାଣି। ଭୋଟ୍‍ ପାଇବାକୁ ନେତାମାନେ ଏହି ମାଗଣା ଯୋଜନା ସହିତ ଏପରି ପ୍ରତିଶ୍ରୁତି ଦେଇଛନ୍ତି ଯାହାକୁ ଶୁଶିଲେ ଲଜ୍ଜ୍ୟାରେ ମୁଣ୍ଡ ନଇଁ ଯାଉଛି। ଭୋଟ୍‍ ଆସିଲେ ଦେଶର ନେତାମାନଙ୍କ ମନକୁ ଆସେ; ମତଦାତାଙ୍କୁ ମନୋହର କରିବାର ନୂଆ ଉପାୟ କ’ଣ? କେହି ଦିଅନ୍ତି ଚାଉଳ, କେହି ଦିଅନ୍ତି ବିଦ୍ୟୁତ୍, କେହି ଘୋଷଣା କରନ୍ତି ମାଗଣା ଯାତ୍ରା, କେହି ଦିଅନ୍ତି ନଗଦ ହସ୍ତାନ୍ତର। ଭୋଟ୍‍ ଆସିଲେ, ଭାରତୀୟ ଗଣତନ୍ତ୍ର ଏକ “ମାଗଣା ମେଳା” ରୂପେ ପରିଣତ ହୋଇଯାଏ। ଏବେ ଏହି ନେତାମାନେ ଏଭଳି ମାଗଣା କଥା କହିଛନ୍ତି ଯାହାକି ଦେଶର ସମଗ୍ର ନାରୀ ଜାତି ପ୍ରତି ଅପମାନ। ମାଗଣା ପ୍ରଲୋଭନ – ଗଣତନ୍ତ୍ରର ନୂଆ ମାନକ ଆଜି ରାଜନୀତିରେ ଭୋଟ୍‍ ପାଇବା ପାଇଁ ମାଗଣା ଯୋଜନା ଘୋଷଣା ହେବା ସାଧାରଣ ପ୍ରଥା ଓ ନେତାମାନଙ୍କ ପାଇଁ ପ୍ରତିଯୋଗୀତାରେ…

Read More