Author: Purva Paksha

ରାଜ୍ୟ ବିଜେପି ରାଜନୀତିରେ ଏକ ଘରିକିଆ ହୋଇପଡ଼ିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଗୁରୁତ୍ୱ ରକ୍ଷା କରିବା ପାଇଁ ପଶ୍ଚିମ-ମଧ୍ୟ ଓଡ଼ିଶା କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ପଶ୍ଚିମ ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ ନୂଆ ରାଜନୀତିକ ଓ ଆର୍ଥିକ ରଣନୀତି ପ୍ରସ୍ତୁତ ହେଉଛି। ଓଡ଼ିଶାର ରାଜନୀତି ଏବେ କେବଳ ସଂଗଠନ ଓ ସରକାରୀ ସ୍ତରର ତର୍କରେ ସୀମିତ ରହି ନାହିଁ; ଏହା ଆର୍ଥିକ ଦୃଷ୍ଟିକୋଣରେ ମଧ୍ୟ ଏକ ନୂଆ ପର୍ଯ୍ୟାୟକୁ ପ୍ରବେଶ କରିଛି। ଏହି ତର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପ୍ରତି ଦୁଇଟି ପୃଥକ୍‍ ସହର ଅର୍ଥନୈତିକ କ୍ଷେତ୍ର (ସିଇଆର) ଗଠନ ପ୍ରସ୍ତାବ ଓଡ଼ିଶାର ଆର୍ଥିକ ମାନଚିତ୍ରକୁ ନୂଆ ଭାବେ ଚିତ୍ରିତ କରିପାରେ। ଅବିଭକ୍ତ ଢେଙ୍କାନାଳଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଦୁଇଟି ପୃଥକ୍‍ ସହର ଅର୍ଥନୈତିକ କ୍ଷେତ୍ର (CER) ବିକଶିତ କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ…

Read More